ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ସାଥୀ ଆମ ସ୍ମତି ନେଇ ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ମୁଁ ଯେ ଗୀତ, ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର
ମୁଁ ଯେ ଗୀତ, ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ ତୁମେ ମୋ ସାଗର
ଫଗୁଣର ଫଗୁ ଭିଜା ବଗିଚାରେ ମୋର
ସୁରଭି ମୁଁ ତୁମେ ତ ସମୀର
କଇଁ ମୁଁ ତୁମେ ଜହ୍ନ, ମୁଁ ଆଖୁ ତୁମେ ସ୍ବପ୍ନ
ଚିରନ୍ତନ ଆମେ ଦୁନିଆରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ସାଥେ ଆମ ହୃତି ନେଇ ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ ଓ...
ଏଇ ଝୁମା ଝୁମା ଗୋଲାପି ବେଳାରେ
ମୋର ମନ ଦରପଣେ ବିମ୍ବିତ ଲାଗେ
ତୁମରି ସେ ରଙ୍ଗିନ ମନ
ମୋର ମନ ଦରପଣେ ବିମ୍ବିତ ଲାଗେ
ତୁମରି ସେ ରଙ୍ଗିନ ମନ
ଶାମୁକା ବୁକୁର ସେଇ ମୁକୁତାର ସମ
ତୁମେ ସାଥି ମୋହରି ଜୀବନ
ହସ ଲୁହ ସାଥେ ଖେଳି ଆମେ ଦୁହେଁ ଥିବା ଚାଲି
ଜୀବନର ଚଲାପଥେ ପରେ ଓ...
ଏଇ ଝୁମା ଝୁମା ଗୋଲାବି ବେଳାରେ
ଓ... ଏଇ ଝୁମା ଝୁମା ଗୋଲାପି ବେଳାରେ
ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ
ତୁମେହି ତ ମୋ ମନର ମନ
ପ୍ରିୟତମ ତୁମେ ମୋର ତୃଷ୍ଣାର ଜଳ
ତୁମେହି ତ ମୋ ମନର ମନ
ଭଲପାଇ ତୁମକୁ ମୁଁ ପାଇଛି ନିଜକୁ
ବୁଝିଛି ମୋ ଅବୁଝା ସପନ
ଜନମ ଜନମ ପାଇଁ ତୁମେଗୋ ଦେବତା ହୋଇ
ଆସୁଥିବ ମୋ ମନ ମନ୍ଦିରେ ଓ...
ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ
ଏଇ ଝୁମା ଝୁମା ଗୋଲାପି ବେଳାରେ





