ତୋ ଅଧା ହାତେ ତୁ ସବୁ ଦଉ
ମୋ ହାତ ଥାଇ ମାଗେ ମହାବାହୁ
ତୁ ଅଧା ଗଢା ହେଲେ ମୂରବୀଟେ
ମୁଁ ପୂର୍ଣ୍ଣ ହେଇ ଲାଭ ନାହିଁ ମୋଟେ
##
ତୋ ଦୁନିଆରେ ମୁଁ ବଳକା ସମ୍ପତ୍ତି
ତୋଅରି ହାତରେ ମୋ ଜୀବନ ପାଉତି
ତୁ ଦୁଃଖ ଦେଇ ନେଇ ସାରିଲୁଣି
ମୋ ଜୀବନ ଅଧେ
ହେ କାଳିଆରେ ଥରେ କହିଦେ
ମୁଁ ତୋ ଉପରେ ହୁଏ ବୋଝ ବୋଧେ...।୦।
*------*------**
ତୋ ଚକା ଆଖିରୁ କେବେତ ଝରିନି
ଲୁହ ଦି ଧାର
କେମିତି ଜାଣିବୁ ଲୁହର ଓଜନ ତୁ
କଳାଠାକୁର ।।
##
ମୋ ଆଖି ଆଗେ ତୁ ସବୁତ ଦଉଚୁ
ମୋପାଳି ପଡିଲେ ତୁ ମୁହଁ ଫେରାଉଛୁ
ଏ ଦୁଃଖିଟିର ନିଜ ହାତେ ଆସି
ତୁ ଲୁହ ପୋଛିଦେ
ହେ କାଳିଆରେ ଥରେ କହିଦେ
ମୁଁ ତୋ ଉପରେ ହୁଏ ବୋଝ ବୋଧେ...।୧।
*------*------**
ତୋଅରି ହାତରେ ଦୁନିଆ ନିକିତି
ମୁଁ..ଜାଣିଛି
ମୁଁ ଏକା ବୋଧେ ମୋଅରି ଦୁଃଖକୁ
ଜାବୁଡ଼ି ଧରିଛି
##
ତୋ ଆଖି ଆଗେ ମୁଁ ପଡ଼ିକି ମରିବି
ଆଉ ଦୁଃଖ କଥା ମୋ କେବେ ନକହିବି
ମୁଁବି ଦେଖିବି କେତେ ଦିନ ଆଉ
ଚୁପ୍ ରହିବୁ ନିଜେ...
ହେ କାଳିଆରେ ଥରେ କହିଦେ
ମୁଁ ତୋ ଉପରେ ହୁଏ ବୋଝ ବୋଧେ...।୨।
*------*------**





