କାହିଁକି ଏମିତି ଲାଗେ ମତେ ଆଜି?
ବୋଧେ ମୋ ଠାରୁ କିଏ ଯାଇଛି ହଜି
ଅଧା-ଅଧା ନିଦ ଥିଲା
ଅଧା ସ୍ବପ୍ନ ଫେରିଗଲା
ସକାଳଟା ହଉ-ହଉ ସଞ୍ଜ ନଇଁଲା
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ଭୁଲିବାକୁ ଭାବିଲେ ବି ମନେପଡୁ ବେଶୀ
ଲାଗୁଛି କିଏ ପ୍ରେମକୁ ମୋ ଦେଇଦେଲା ଫାଶୀ
ଅଧା-ଅଧା ଲୁହ ଥିଲା
ଅଧା-ଅଧା କୋହ ଥିଲା
ଫଗୁଣଟା ହଉ-ହଉ ମେଘ ଝରିଲା
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ହସିବାକୁ ଚାହିଁଲେ ବି ବେଶୀ ଝରେ ଲହୁ
ଜହର ପିଉଛି ଆଜି ଖୋଜି-ଖୋଜି ମହୁ
ଅଧା-ଅଧା କଥା ଥିଲା
ଅଧା-ଅଧା ରାସ୍ତା ଥିଲା
ଠିକଣାକୁ ଛୁଉଁ-ଛୁଉଁ ବାଟ ସରିଲା
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା?
ଯଦି ଏମିତି ହବାର ଥିଲା, କାହିଁକି ଦେଖାହେଲା? (ଯଦି ଏମିତି ହେବାର ଥିଲା, କାହିଁକି ଦେଖାହେଲା?)





