AMA ALAGA HABAKU
ଆମ, ଅଲଗା ହବାକୁ ବରଷେ ପୁରିଲା ଆଜି
ଆମ, ଅଲଗା ହବାକୁ ବରଷେ ପୁରିଲା ଆଜି
ହୃଦୟଟା ମୋର ଏମିତି ଅବୁଝା
ହୃଦୟଟା ମୋର ଏମିତି ଅବୁଝା
ଏଇ କଥା ମାନିବାକୁ ହଉନି ରାଜି..
ଆମ, ଅଲଗା ହବାକୁ ବରଷେ ପୁରିଲା ଆଜି..
ଗୋଲାପ ଫୁଲରେ ପ୍ରେମ ହେଇଥିଲା ,
କଣ୍ଟାରେ ସେ ଗଲା ସରି..
ଯେତେ ବି ଖୋଜିଲେ
ସେ ଦିନର ସ୍ମୃତି
ଆସିବନି କେବେ ଫେରି..
ହସର ଖୁସିର ସେ ସ୍ମୃତି ଆମର
ହସର ଖୁସିର ସେ ସ୍ମୃତି ଆମର
କେଜାଣି କୋଉଠି ସତେ,
ଯାଇଛି ହଜି..
ଆମ, ଅଲଗା ହବାକୁ ବରଷେ ପୁରିଲା ଆଜି…..
ଆଜି ସେ ତାରିଖ
ଦେଲା ଏତେଦୁଃଖ ,
ମନେପଡେ ସେଇ ମୁହଁ..
ଏ ଛାତି ଭିତରେ ଯେତିକି ଦରଜ
ଏ ଆଖିରେ ସେତେ ଲୁହ..
ପ୍ରେମ ମୋର ପାଳେ ଶୋକ ସବୁବେଳେ
ପ୍ରେମ ମୋର ପାଳେ ଶୋକ ସବୁବେଳେ
ଜିତିବାକୁ ଯାଇ ମୁଁ ଯେ ହାରିଚି ବାଜି..
ଆମ, ଅଲଗା ହବାକୁ ବରଷେ ପୁରିଲା ଆଜି
ଆମ, ଅଲଗା ହବାକୁ ବରଷେ ପୁରିଲା ଆଜି





