ସୁନେଲି ଚମକ ତୁ, ଚିହ୍ନା ଗୋଟେ ଝଲକ ତୁ
ସିନ୍ଦୁରି-ତୂଳି ଧରି ତୋ ଛବି ଆଙ୍କୁଛି ମୁଁ
ଓ, ସୁନେଲି ଚମକ ତୁ, ଚିହ୍ନା ଗୋଟେ ଝଲକ ତୁ
ସିନ୍ଦୁରି-ତୂଳି ଧରି ତୋ ଛବି ଆଙ୍କୁଛି ମୁଁ
ମୋ ଚିତ୍ରରେ, ଚରିତ୍ରରେ ଦାଗ ହେଇ ଲାଗିଯା ରେ
ତୋ ସଜରେ, शृङ्गार ରେ ଲକ୍ଷେ ତାରା ଉଙ୍କିମାରେ
ମୋହିନେଲୁ ଧୀରେ-ଧୀରେ ମନକୁ
ନିଆରା କୁହୁକ ତୁ, ଦେହସୁହା ଡ଼ହକ ତୁ
ଚିହ୍ନିଲା ଦିନୁ ତୋତେ ପରଖି ନେଇଛି ମୁଁ
ମୋ ଖୁସିର ଦରିଆରେ, ଭାସୁଛି ତୋ ଜରିଆରେ
ତୁ ଆସିଲା ପରେ-ପରେ, ଚଇତାଳି ବାଟ ଘେରେ
ତୋ ଛୁଆଁରେ ଜାଳିଦେଲି ନିଜକୁ
ସୁନେଲି ଚମକ ତୁ, ଚିହ୍ନା ଗୋଟେ ଝଲକ ତୁ
ସିନ୍ଦୁରି-ତୂଳି ଧରି ତୋ ଛବି ଆଙ୍କୁଛି ମୁଁ
ଯେବେଠୁ ତୋ ହାନି-ଲାଭ ପଚାରି ବୁଝୁଛି
ନୁଆଁ ଗୋଟେ ପରିଚୟ ଖୋଜି ପାଇଛି
ହୋ, ଆଖିକୁ ତୋ ଆଜି ଅତି ପାଖରୁ ପଢୁଛି
କେବେଳ ମୁଁ ତୋର ବୋଲି ବୁଝି ସାରିଛି
ମୋ କଥାରେ, କବିତାରେ ଶବ୍ଦ ହେଇ ଝରୁଛୁ ରେ
ମୋ ଆଶାରେ, ଆକାଂକ୍ଷାରେ ସତ ନେଇ ଫେରୁଛୁ ରେ
ତୋ ପାଖରେ ଭୁଲିଯାଏ କିଏ ମୁଁ
ସୁନେଲି ଚମକ ତୁ, ଚିହ୍ନା ଗୋଟେ ଝଲକ ତୁ
ସିନ୍ଦୁରି-ତୂଳି ଧରି ତୋ ଛବି ଆଙ୍କୁଛି ମୁଁ
ହଁ, ତୋ ନାଁରେ ଲୁଚି-ଲୁଚି ସିନ୍ଦୁର ନାଉଛି
ଭଲପାଇ ତୋତେ ଭାରି ଭଲରେ ଅଛି
ହୋ, ଆକାଶଟା ଖସୁ ପଛେ ମାଟି ଯାଉ ଘୁଞ୍ଜି
ପଡିବନି ମୋ ପ୍ରେମକୁ ଫରକ କିଛି
ମୁଁ ନିରବ ଅଧରରେ, କଥା ହେଇ ଲାଖିଛୁ ରେ
ତୋ ସ୍ନେହରେ, ଆଦରରେ, ଏମିତି ତୁ ଛନ୍ଦିଲୁ ରେ
ମୁକୁଳେଇ ପାରୁନି ମୁଁ ନିଜକୁ
ନିଆରା କୁହୁକ ତୁ, ଦେହସୁହା ଡ଼ହକ ତୁ
ଚିହ୍ନିଲା ଦିନୁ ତୋତେ ପରଖି ନେଇଛି ମୁଁ
ଓ, ସୁନେଲି ଚମକ ତୁ, ଚିହ୍ନା ଗୋଟେ ଝଲକ ତୁ
ସିନ୍ଦୁରି-ତୂଳି ଧରି ତୋ ଛବି ଆଙ୍କୁଛି ମୁଁ




