ହାଏ ରେ, ହାଏ ରେ, ହାଏ, ତୋ ଲାଜର ଗହଣା କହେ
ମୋ ନିଦ ଚୋରେଇଛି ଯିଏ, ତୁ ପରା ମୋର ସିଏ
ହାଏ ରେ, ହାଏ ରେ, ହାଏ, ତୋର ନିରୀହ ଇଶାରା କହେ
ମୋ ସପନେ ଆସୁଛି ଯିଏ ତୋ ବିନା କେହି ନୁହେଁ
ଲାଗେ ମତେ ଆଜି ସତେ କି ଯେମିତି ମୋ ପ୍ରେମ ଋତୁର ନୂଆ ସକାଳ
ତୋ ଆଖିର କଜଳ କଲା ମତେ ପାଗଳ
ତୋ ଆଖିର କଜଳ କଲା ମତେ ପାଗଳ
ମୋ ଆଖିର କଜଳ କଲା ତତେ ପାଗଳ
ମୋ ଆଖିର କଜଳ କଲା ତତେ ପାଗଳ
ଯେତେ ବୁଝେଇଲେ ବୁଝେ ନାହିଁ କିଛି
ଏତିକି ଅବୁଝା ମୋ ଚଗଲା ମନ
ଭିଜିବାକୁ ଚାହେଁ ତୋ ପ୍ରେମ ଗାଁରେ
ଜଣାତ ପଡ଼ିବନି ରାତି କି ଦିନ
ଭାରି ସରଲିଆ କଂଅଳ ମନ ମୋ
ଖୋଜୁଛି ଏବେ ଖାଲି ତୋ ପ୍ରେମ ଝୁଆଁ
ସରଳିଆ ଏଇ ଛୋଟ ହୃଦୟରେ
ତୋପାଇଁ ଅଛି ଗୋଟେ ନୂଆ ଦୁନିଆ
ସେଇ ଦୁନିଆରେ ପାଦ ଦେଲା ପରେ ଭାରି ଭଲ ଲାଗେ ପ୍ରେମର ଖେଳ
ତୋ ଆଖିର କଜଳ କଲା ମତେ ପାଗଳ
ତୋ ଆଖିର କଜଳ କଲା ମତେ ପାଗଳ
ମୋ ଆଖିର କଜଳ କଲା ତତେ ପାଗଳ
ମୋ ଆଖିର କଜଳ କଲା ତତେ ପାଗଳ
ଲୁଚି ଲୁଚି ଆସି କେମିତି କେଜାଣି
ପଢ଼ିଦେଲୁ ତୁ ମୋ ମନର କଥା
ଦେହ ମନ ସାରା ଆଜି କାଲି ମୋର
ଲାଗି ଲାଗି ଯାଏ ତୋ ପ୍ରେମର ନିଶା
ହୋ, ସଜେଇ ହେଲେ ତୁ ସକାଳୁ ସକାଳୁ
ରଜନୀଗନ୍ଧାର ସେ ଗଜରା ନାଇ
ଖବର ନଦେଇ ସଞ୍ଜ ନ ଆସୁଣୁ
ଜହ୍ନଟା ହସୁଥାଏ ଆକାଶେ ରହି
ଆଜି କାଲି କାଇଁ ପ୍ରେମ ପ୍ରେମ ବାସେ? ତୋ ପାଇଁ ମୋର ସଞ୍ଜ ସକାଳ
ମୋ ଆଖିର କଜଳ କଲା ତତେ ପାଗଳ
ମୋ ଆଖିର କଜଳ କଲା ତତେ ପାଗଳ
ତୋ ଆଖିର କଜଳ କଲା ମତେ ପାଗଳ
ତୋ ଆଖିର କଜଳ କଲା ମତେ ପାଗଳ




